୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଥିଲା ଭାରତ
ନୂଆଦିଲ୍ଲୀ,୧୮ା୫: ଭାରତ ୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ଳାଭ କରିଥିଲା। ୧୯୭୪ ମେ ୧୮ରେ ରାଜସ୍ଥାନ ପୋଖରାନରେ ଏନେଇ ସଫଳ ପରୀକ୍ଷା ହୋଇଥିଲା। ଭାରତ ଶାନ୍ତି ପ୍ରୟାସରେ ଏହାର ଉପଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ବୁଦ୍ଧ ହସିଲେ ବୋଲି କହିଥିଲେ। ବୁଦ୍ଧ ପୂର୍ଣ୍ଣିମାରେ ଏହା ସମ୍ପନ୍ନ ହୋଇଥିଲା। ଏଠାରେ୨ ହଜାର ଟିଏନ୍ଟି କ୍ଷମତା ବିଶିଷ୍ଟ ବିସ୍ଫୋରକ ବ୍ୟବହୃତ ହୋଇଥିଲା। ସ୍ଥାନୀୟ ଲୋହାରିକା ଗାଁ ନିକଟରେ ଥିବା ମଲକା ଗାଁରେ ଏହି ପରୀକ୍ଷଣ କରାଯାଇଥିଲା। ଏଠାରେ ଏକ ସ୍ମାରକ ମଧ୍ୟ ନିର୍ମିତ ହୋଇଛି।
The post ୪୫ ବର୍ଷ ତଳେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଥିଲା ଭାରତ appeared first on dharitri.
from dharitri http://bit.ly/30rrL90

No comments: