Header Ads

Seo Services

ଯୋଡ଼ା ମୁଣ୍ଡ ଭଉଣୀ ସବା-ଫାରହା ଲୋକ ସଭା ନିର୍ବାଚନରେ ଗୋଟିଏ ବଦଳରେ ଦେବେ ୨ଟି ଭୋଟ

ପାଟନା,୧୮।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ। ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇ ଭଉଣୀଙ୍କୁ ଗୋଟିଏ ଭୋଟ ଦେବାର ଅଧିକାର ଦିଆଯାଇଥିଲା। ୨୦୧୫ରେ ନିର୍ବାଚନ ଅଧିକାରୀ ଦୁଇ ଭଉଣୀଙ୍କ ମୁଣ୍ଡ ଯୋଡ଼ି ହୋଇ ରହିଥିବାରୁ ସେମାନଙ୍କୁ ଗୋଟିଏ ବ୍ୟକ୍ତି ବୋଲି ଦର୍ଶାଇ ଗୋଟିଏ ମତସାନର ଅଧିକାର ଦେଇଥିଲେ। ତେବେ ଚଳିତ ଲୋକ ସଭା ନିର୍ବାଚନରେ ସବା-ଫାରହାଙ୍କ ଦୁଇଟି ଭିନ୍ନ ଭିନ୍ନ ଶରୀର ଦର୍ଶାଯାଇ ନିର୍ବାଚନ କମିଶନ ସେମାନଙ୍କୁ ଏଭଳି ଅଧିକାର ପ୍ରଦାନ କରିଛନ୍ତି। ସେମାନେ କିଭଳି ଗଣତାନ୍ତ୍ରିକ ପଦ୍ଧତିର ଉପଯୋଗ କରିବେ ସେନେଇ ଦୁଇ ଭଉଣୀଙ୍କୁ ଅବଗତ କରାଯାଇଛି। ସେମାନେ ପାଟଳୀପୁତ୍ର ଲୋକ ସଭା ଆସନ ପାଇଁ ମତଦାନ କରିବେ।

The post ଯୋଡ଼ା ମୁଣ୍ଡ ଭଉଣୀ ସବା-ଫାରହା ଲୋକ ସଭା ନିର୍ବାଚନରେ ଗୋଟିଏ ବଦଳରେ ଦେବେ ୨ଟି ଭୋଟ appeared first on dharitri.



from dharitri http://bit.ly/2VyUsxl

No comments:

Powered by Blogger.